ଆସନ୍ତା 6 ତାରିଖ ରେ “ଅପେକ୍ଷା ” ସିନେମାର ସର୍ବ ଭାରତୀୟ ରିଲିଜ
ଓଡ଼ିଆ ଚଳଚ୍ଚିତ୍ର “ଅପେକ୍ଷା” ର ପୋଷ୍ଟର ମହାପ୍ରଭୁ ଙ୍କୁ ସମର୍ପିତ ହୋଇଛି । ଶ୍ରୀ ପତିତପାବନ ଙ୍କୁ ପ୍ରଦୀପ ପ୍ରଦାନ ପରେ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଏଵଂ ପ୍ରଯୋଜନା ସଦସ୍ୟ ମାନେ ଚଳଚ୍ଚିତ୍ର ରିଲିଜ ତାରିଖ ଘୋଷଣା କରିଥିଲେ ।
ପ୍ରମୁଖ ଅଭିନେତା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଚୌଧୁରୀ ବିକାଶ ଦାସ, ପ୍ରଦୀପ ଦେବତା, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ସାର୍ଥକ, ଶୁଭଙ୍ଗୀ, ଅଲିଭା ଦାସ, ଗୁଡ଼ୁ ପ୍ରମୁଖ ଅନ୍ୟତମ।
ଡ଼ କେ. ତମନ୍ନା ପ୍ରଯୋଜକ ଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର, ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ବୈଦ୍ୟନାଥ ଦାଶ। କାହାଣୀ ଓ ସଂଳାପ ଆଶୁତୋଷ ବାରିକ ଲେଖିଥିବାବେଳେ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଚିରାଗ, ଇପ୍ସିତା ସାହୁ ଓ ଉମାକାନ୍ତ ବାରିକ।
ଏହି ଅବସରରେ ବିଶିଷ୍ଟ କାହାଣୀକାର ଡ଼ ବଦ୍ରି ମିଶ୍ର, ବରିଷ୍ଠ ସାମ୍ବାଦିକ ମଧୁ ସୁଦନ ମିଶ୍ର, ବରିଷ୍ଠ ସିନେମା ଲେଖକ ଏଵଂ ପବ୍ଲିସିଟି ଡିଜାଇନର ଶ୍ୟାମା ପ୍ରସାଦ ମିଶ୍ରଙ୍କ ସହିତ ସମସ୍ତ ଅଭିନେତା, ଅଭିନେତ୍ରୀ, କଣ୍ଠ ଶିଳ୍ପୀ ମାନେ ମହାପ୍ରଭୁଙ୍କୁ ସିନେମା ର ସଫଳତା ପାଇଁ ପ୍ରାର୍ଥନା କରିଥିଲେ ।
🎬 କାଷ୍ଟ ଏବଂ କୃ ବିବରଣୀ
ପ୍ରଯୋଜନା ସଂସ୍ଥା: ଷ୍ଟୁଡିଓ 3SIXTY5
ପ୍ରଯୋଜକ: ଡ଼. କେ. ତମନ୍ନା
କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା: ଆନନ୍ଦ କୁମାର
ସଂଳାପ: ଆଶୁତୋଷ ବାରିକ
ସଂଗୀତ ନିର୍ଦ୍ଦେଶକ: ବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣ: ଅଜିତ ଦାଶ
ସମ୍ପାଦନା: ରଞ୍ଜନ ଖଟେଇ
ସହ ନିର୍ଦ୍ଦେଶକ: ନିବେଦନ
ସହକାରୀ ନିର୍ଦ୍ଦେଶକ: ଆଶୁତୋଷ ବାରିକ
ପୋଷ୍ଟ ପ୍ରୋଡକ୍ସନ: ସୃଜନ ଫିଲ୍ମ୍ସ
ଅଭିନୟରେ: ସାର୍ଥକ, ଶୁଭଙ୍ଗୀ, ଚୌଧୁରୀ ବିକାଶ ଦାସ, ପ୍ରଦୀପ ଦେବତା, ଶକ୍ତି ବରାଳ, ପୁଷ୍ପା ପଣ୍ଡା, ଅଲିଭା ଦାସ, ଗୁଡୁ, ଐଶ୍ୱର୍ୟା, ସୁଶାନ୍ତ ‘ସୁସୁ’, ପୂର୍ଣ୍ଣଚନ୍ଦ୍ର ହିସ୍ଟିରିଆ, ସୌମ୍ୟା, ବନ୍ଦନା, ଟୁନା ‘ଟାନ୍ ଟାନ୍’, ମହେଶ ରାଓ, ସନ୍ତାଶ ହୋତା, ଗୀତ ପାଣିଗ୍ରାହୀ, କାଳୀ ରଥ, ଉତ୍ତମ ନାଗ, ଗୌତମ, ଭାସ୍କର, ପ୍ରକାଶ, ଅମୃତା ରଥ, ସୁପ୍ରିତ, ରୋଷ୍ଣୀ ଦୁର୍ଗା, ରାଜମଙ୍ଗରାଜ, ମୋନିଷା, ସୁନିଲ, ଗୁପ୍ତା, ରମେଶ।
ଫାଇଟ୍ ମାଷ୍ଟର: ଶୈଲେନ୍ଦ୍ର ପରିଡା
ନୃତ୍ୟ ନିର୍ଦ୍ଦେଶନା: ବବି ଇସଲାମ
Leave a Comment