ରିପୋର୍ଟ : ଶ୍ୟାମା ପ୍ରସାଦ ମିଶ୍ର
ସିନେମାର ପୋଷ୍ଟର FIRST LOOK ରୁ ପ୍ରାୟ କାହାଣୀ ଜଣା ନ ପଡିଲେ ମଧ୍ୟ ଯଦି ପୋଷ୍ଟରଟି ଆକର୍ଷଣୀୟ ହୋଇଥାଏ ନିଶ୍ଚୟ ଅନେକ ଆଗ୍ରହ ପ୍ରକାଶ କରିଥାନ୍ତି.ସେ ଅନୁସାରେ ରାଜଶ୍ରୀ ସିନେ କ୍ରାଫ୍ଟସ fb ରେ ଆସିଥିବା Poster First Look ମୋତେ ଏଵଂ ଅନେକଙ୍କୁ ଆକର୍ଷିତ କରିପାରିଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଭାବରେ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ଓ ଦଣ୍ଡନାଟ ଭଳି ପାରମ୍ପରିକ କଳା ଓ ପର୍ବଗୁଡ଼ିକ ବେଶ୍ ଧୂମଧାମରେ ପାଳନ କରାଯାଏ । ସଂକ୍ଷେପରେ, “ଦଣ୍ଡକାଳୀ”- ହେଉଛି ଶକ୍ତି ଦେବୀ ମା’ କାଳୀଙ୍କ ଆରାଧନା ଏବଂ ଓଡ଼ିଶାର ଏକ ପ୍ରାଚୀନ ଓ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପରମ୍ପରା ।
ମୋ ମତରେ ଓଡ଼ିଶାର ସାଂସ୍କୃତିକ ପରମ୍ପରା ବିଶେଷ କରି ବ୍ରହ୍ମପୁରର ଦଣ୍ଡକାଳୀ ସହିତ ଜଡିତ ଏକ ସାମାଜିକ କାହାଣୀକୁ ନେଇ ସିନେମା ହେବା ଅତ୍ୟନ୍ତ ଖୁସିର କଥା । ପ୍ରଯୋଜନା ସଂସ୍ଥା ରାଜଶ୍ରୀ ସିନେ କ୍ରାଫ୍ଟର ପ୍ରଯୋଜକ ଏଵଂ ନିର୍ଦ୍ଦେଶକଙ୍କୁ ମୋର ଅନେକ ଶୁଭେଚ୍ଛା ତଥା ଶୁଭକାମନା ।
Post Views: 72
Leave a Comment